ଶ୍ରୀମଦ୍ ଭାଗବତମ୍ ଏକ ଉଚ୍ଚକୋଟିର ଦାର୍ଶନିକ କାବ୍ୟ ଏବଂ ସାହିତ୍ୟ । ଭାରତର ଲିତ ଶହ ଶହ ଜ୍ଞାନ–ଗ୍ରନ୍ଥ ମଧ୍ୟରେ ଏହା ଏକ ବିଶିଷ୍ଟ ସ୍ଥାନ ଅଧିକାର କରେ। ଭାରତର କାଳାତୀତ ଜ୍ଞାନ ବେଦରେ ପ୍ରକାଶିତ। ବେଦ ଏକ ପୁରାତନ ସଂସ୍କୃତି ଗ୍ରନ୍ଥ । ଏଥିରେ ସବୁସ୍ତରର ମାନବିକ ଜ୍ଞାନ ଦିଆଯାଇଛି। ପୂର୍ବଯୁଗମାନଙ୍କରେ ଏହାକୁ ଲୋକେ ଶୁଣି ଶୁଣି ମନେ ରଖୁଥିଲେ, ତେଣୁ ମୌଳିକଃ ଶ୍ରୁତି ନାମରେ ସଂରକ୍ଷିତ ହୋଇଥିଲା। ଏହାକୁ ପ୍ରଥମେ ଶ୍ରୀଳ ବ୍ୟାସଦେବ ଲେଖିଲେ। ଶ୍ରୀଳ ବ୍ୟାସଦେବ ଭଗବାନଙ୍କର ସାହତ୍ୟିକ ଅବତାର ଅଟନ୍ତି। ବେଦ ପ୍ରଣୟନ କରିବା ପରେ ଶ୍ରୀଳ ବ୍ୟାସଦେବ ସମସ୍ତ ବେଦର ପରମବ୍ୟୁପ୍ରମ୍ଭନ୍ନ ସାରକଥାକୁ ‘ଶ୍ରୀମଦ୍ ଭାଗବତମ୍’ ରୂପରେ ପ୍ରକାଶ କରିବା ନିମିତ୍ତ ତାଙ୍କ ଗୁରୁଙ୍କଠାରୁ ପ୍ରେରଣା ଲାଭ କଲେ । ଶ୍ରୀମଦ୍ ଭାଗବତମ୍କୁ ନିଗମ କଳ୍ପତରୁର ସୁପକ୍ବ ଫଳ ବୋଲି କୁହାଯାଏ। ଏହା ବୈଦିକ ଜ୍ଞାନର ପୂର୍ଣ୍ଣ ଏବଂ ପ୍ରାମାଣିକ ପ୍ରକାଶ ଅଟେ।
୧-ମୂଳ ଚିଦ୍ଜଗତ୍, ଯାହାକି ଗୋଟିଏ ବିରାଟ ପଦ୍ମପୁଷ୍ପର କେଶର ସଦୃଶ ପ୍ରତୀୟମାନ ହୁଏ । ଏହାକୁ ଗୋଲୋକ ବୃନ୍ଦାବନ କୁହାଯାଏ । ଏହା ଆଦିପୁରୁଷ ଭଗବାନ୍ ଶ୍ରୀକୃଷ୍ଣଙ୍କର ଧାମ ଅଟେ।
୨- ମୌଳିକ ଜଗତ ଗୋଲୋକରୁ ଏକ ଦିବ୍ୟ ଜ୍ୟୋତି ଉତ୍ପନ୍ନ ହୋଇ ଚତୁର୍ଦ୍ଦିଗରେ ବିଜୁରିତ ହୁଏ। ଏହାକୁ ବ୍ରହ୍ମଜ୍ୟୋତି କୁହାଯାଏ। ଏହା ନିରାକାରବାଦୀମାନଙ୍କର ଅନ୍ତିମ ଲକ୍ଷ୍ୟ ଅଟେ |
୩- ଯେପରି ଭୌତିକ ବ୍ରହ୍ମାଣ୍ଡର ସୂର୍ଯ୍ୟ କିରଣରେ ଅସଂଖ୍ୟ ଭୌତିକ ଲୋକ (ଗ୍ରହ-ଉପଗ୍ରହ ଆଦି) ଅଛି, ଠିକ୍ ସେହିପରି ଅନନ୍ତ ବ୍ରହ୍ମଜ୍ୟୋତିରେ ଅନନ୍ତ ଦିବ୍ୟଲୋକ ଅଛି। ଏହି ଦିବ୍ୟଲୋକଗୁଡ଼ିକ କୁଷଙ୍କର ସାଂଶ ବା ପ୍ରତ୍ୟକ୍ଷ ବିସ୍ତୃତାଂଶମାନଙ୍କ ଦ୍ବାରା ଅଧିକୃତ ହୋଇଅଛି ଏବଂ ସେ ସବୁଲୋକର ଅଧିବାସୀବୃନ୍ଦ ନିତ୍ୟମୁକ୍ତ ଜୀବ ଅଟନ୍ତି। ସେମାନେ ସମସ୍ତେ ଚତୁର୍ଭୂଜଧାରୀ ଅଟନ୍ତି। ସେଠାରେ ଭଗବାନ୍ ‘ନାରାୟଣ’ ନାମରେ ପରିଚିତ ଏବଂ ସେ ଦିବ୍ୟଲୋକଗୁଡ଼ିକ ‘ବୈକୁଣ୍ଠ’ ନାମରେ ପରିଚିତ।
Reviews
There are no reviews yet.